Skip to content
ରାଜ୍ୟର ୪୫ ଲକ୍ଷ ଗାଡିର ପୁରୁଣା ନମ୍ବର ପ୍ଲେଟ୍ ବଦଳିବ
() ରାଜ୍ୟରେ ଆଜିଠୁ ଲାଗୁ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନିୟମ । ତେବେ ପ୍ରାୟ ୪୫ ଲକ୍ଷ ଗାଡିର ପୁରୁଣା ନମ୍ବର ପ୍ଲେଟ ବଦଳିବ । ଯାହାକୁ ନେଇ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା । ସେଲେକ୍ସ, ରିଏଲ ମାଜନ୍, ଉତ୍ସବ, ସିମିନ୍ତ ଓ ଏଫ୍ଟିଆଇ ଭଳି ୫ଟି ଭେଣ୍ଡରଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି । ୨୦୧୯ ଏପ୍ରିଲ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡିର ନମ୍ବର ପ୍ଲେଟ୍ ବଦଳି ବାର୍ କୋଡ୍ ଓ ଲେଜର କୋଡ୍ ସମ୍ପନ୍ନ ପ୍ଲେଟ୍ ଲାଗିବ । ଏଥିପାଇଁ SIAM.in ସାଇଟରେ ଆବେଦନ କରିପାରିବେ ଗାଡ଼ି ମାଲିକ । ଆବେଦନ ପରେ ଡିଲର ପଏଣ୍ଟରେ ନମ୍ବର ପ୍ଲେଟ ଫିଟିଂ କରାଯିବା ସହିତ ଡୋର୍ ଡେଲିଭରୀର ବ୍ୟବସ୍ଥା ମଧ୍ୟ ରହିଛି । ବ୍ୟକ୍ତିଗତ ବ୍ୟବହାର ଓ ବ୍ୟବସାୟୀକ ଗାଡିର ନମ୍ବର ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହେବ । ସେହିପରି ପେଟ୍ରୋଲ, ଡିଜେଲ ଓ ବ୍ୟାଟେରୀ ଚାଳିତ ଯାନବାହାନ ପାଇଁ ମଧ୍ୟ ଭିନ୍ନ ନମ୍ବର ପ୍ଲେଟ୍ ରହିଛି ।- https://thetopmost.in/do-you-want-to-loose-your-weight-follow-this-baby-food-diet/
- https://thetopmost.in/pudina-is-good-for-healthy-skin/
1 thought on “ଆଜିଠୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନିୟମ”